THE BYAPINI

ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ

Get real time updates directly on you device, subscribe now.

ନୂଆବର୍ଷରେ ଅଘଟଣ । ଜମ୍ମୁ କାଶ୍ମୀର କତ୍ରାରେ ଥିବା ମାତା ବୈଷ୍ଣୋଦେବୀ ଭବନରେ ଅଭାବନୀୟ ଘଟଣା । ଦଳଚକଟାରେ ୧୨ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୧୩ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ୨ଟା ୪୫ରେ ହୋଇଛି । ଜାମ୍ମୁ-କାଶ୍ମୀରର ଡିଜିପି ଦିଲ୍ଲୀବାଗ ସିଂହଙ୍କ କହିବା ଅନୁସାରେ, କୌଣସି କଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଠେଲାପେଲା ହୋଇଥିଲା । ଆଉ ଏହାପରେ ଦଳଚକଟା ଆରମ୍ଭ ହୋଇଥିଲା ।
ଦିଲ୍ଲୀ, ହରିୟାଣା, ପଞ୍ଜାବ ଜଣେ ଜମ୍ମୁ ଓ କଶ୍ମୀରର ବ୍ୟକ୍ତି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟାତ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ମିଳିବ ।
କଂଗ୍ରେସ ନେତା ରାହୁଲ ଗାନ୍ଧି ବି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ନୂଆବର୍ଷରେ ମାତାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଏକାଠି ହୋଇଥାନ୍ତି । ଏଥିପାଇଁ ଖାସ୍ ବନ୍ଦୋବସ୍ତ ବି ହୋଇଥାଏ । ଏଥିର କିନ୍ତୁ ଅଧିକ ଲୋକ ଜମା ହୋଇଥିବା କୁହାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.