THE BYAPINI

କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ

Get real time updates directly on you device, subscribe now.

କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାଛଡା ସେଠାରୁ ୩୫୪ ଗ୍ରାମର ସୁନା ମଧ୍ୟ ଜବତ କରାଯାଇଛି ।
ଏହି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି । ଗତକାଲି ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ ନଗଦ ୩କୋଟି ୪୧ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କରାଯାଇଛି । କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜାରି ପାରିଥିଲା ଭିଜିଲାନ୍ସ ଟିମ୍ ।
ଗତ ୬ ଓ ୭ ତାରିଖରେ ଚଢ଼ାଉ ବେଳେ ଭିଜିଲାନ୍ସ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ନଗଦ ୨ କୋଟି ୩ ଲକ୍ଷ ୮୮୦ ଟଙ୍କା ଜବତ କରାଯାଇଥିଲା। ଆଉ ଏହି ଟଙ୍କାକୁ ମିଶାଇ ତାଙ୍କର ୪.୭୬ କୋଟି ଟଙ୍କାର ସଂପତ୍ତି ଠାବ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.