THE BYAPINI

ବିଡା ବିଡା ଟଙ୍କା ଆଉ ସୁନା ବିସ୍କୁଟ !

Get real time updates directly on you device, subscribe now.

ସରକାର ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ବଡ ବଡ ଘୋଷଣା କରୁଛନ୍ତି । ନୁଆ ନୁଅ ବିଧି ବ୍ୟବସ୍ଥା ଆପଣାଉଛନ୍ତି । ହେଲେ ଅଧିକାରୀ କିନ୍ତୁ ଦୁର୍ନୀତି କରିବାରେ ବ୍ୟସ୍ତ । ସତେ ଯେମିତି କାହାକୁ ଖାତିର୍ ନାହିଁ । କାହାକୁ ଡର ନାହିଁ । ଦୁର୍ନୀତି କରିବେ ନାହିଁ ବୋଲି ଶପଥ ନେଉଥିବା ଅଧିକାରୀ ଯେତେବେଳେ ଦୁର୍ନୀତିର ଗନ୍ତାଘର ପାଲଟିଯାଆନ୍ତି ସେତେବେଳେ ଭିଜିଲାନଓ ରେଡ ହୁଏ ଆଉ ବିପୁଳ ପରିମାଣର ସଂପତ୍ତି ଠାବ ହୋଇଥାଏ ।

ବଲାଙ୍ଗୀର ୱେସ୍କୋ ଅଫିସର ଆକାଉଣ୍ଟାଣ୍ଟ ଭିଜିଲାନ୍ସ ଜାଲରେ ପଡିବା ପରେ ଏଭଳି କିଛି ସାଂଘାତିକ ଦିଗ ସାମ୍ନାକୁ ଆସିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ୱେସ୍କୋ ଅଫିସ ଆକାଉଣ୍ଟାଣ୍ଟ ବିଭୁତି ଶଙ୍କର ବିନ୍ଧାଣୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ବିଭୁତି ଶଙ୍କର ବିନ୍ଧାଣୀଙ୍କ ବଲାଙ୍ଗୀର ସ୍ଥିତ ବାସଭବନ ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୧୭ଲକ୍ଷ ଟଙ୍କା ସହ ସୁନା ବିସ୍କୁଟ ଜବତ କରିଛି ଭିଜିଲାନ୍ସ।

ସେହିଭଳି ବ୍ରହ୍ମପୁରରେ ମଧ୍ୟ ଭିଜିଲାନଓ ଚଢାଉୁ ସାଂଘାତିକ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ସରକାରୀ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଟାଇପିଷ୍ଟ୍‍ ପ୍ରଶାନ୍ତ କୁମାର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍‌ସ୍‌ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଡିଭିଜନ୍‌ର ଭିଜିଲାନ୍‌ସ୍‌ ଅଧିକାରୀମାନେ ବ୍ରହ୍ମପୁର ଆସ୍କା ରୋଡ୍‌ରେ ଥିବା ଶ୍ରୀ ନାୟକଙ୍କ ତିନି ମହଲା କୋଠା ତଥା ସ୍ପେଆର୍‌ ପାର୍ଟ ଦୋକାନ, ବ୍ୟାଙ୍କ୍‌ କଲୋନିରେ ଥିବା ତିନିମହଲାବିଶିଷ୍ଟ ନୂଆ ଆବାସିକ କୋଠା, ଆସ୍କା ରୋଡ୍‌ରେ ଥିବା ଦୁଇ ମହଲାବିଶିଷ୍ଟ ଗୋଦାମ, ବୃନ୍ଦାବତୀ ନଗରରେ ଏବଂ ବିଷ୍ଣୁନଗରରେ ଥିବା ଭଡ଼ା ଗୋଦାମରେ ଏକ ସଙ୍ଗେ ଚଢ଼ାଉ କରି ଖାନତଲାସ ଚଳାଇଛନ୍ତି। ଭିଜିଲାନ୍ସ ଟିମ୍‌ ଏପର୍ୟ୍ୟନ୍ତ ଶ୍ରୀ ନାୟକଙ୍କ ଘରୁ ନଗଦ ୧୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ।

ବଡ କଥା ହେଉଛି, ତଳତଳିଆ କର୍ମଚାରୀଙ୍କ ନିକଟରୁ ଜବତ ହେଉଥିବା ସମ୍ପତ୍ତିର ତାଲିକା ଆଖି ଖୋସିଦେବା ଭଳି । ହେଲେ ବଡବଡିଆ ଅଧିକାରୀଙ୍କ ଦୁର୍ନୀତି ଧରିବାରେ କାହିଁକି ଭିଜିଲାନଓ ସଫଳ ହେଉନାହିଁ ତାହା ଏକ ବିରାଟ ବିତର୍କ ତିଆରି କରୁଛି । ଯଦି ତଳତଳିଆ କର୍ମଚାରୀ ଏତେ ପରିମାଣର ବେଆଇନ ସଂପତ୍ତି ଉପାର୍ଜନ କରୁଛନ୍ତି, ତାହେଲେ ବଡବଡିଆ ଅଧିକାରୀଙ୍କ ବେଆଇନ ସଂପତ୍ତିର ପରିମାଣ କେତେ ହୋଇଥିବ, ତାହା ସହଜେ ଅନୁମେୟ ।

Get real time updates directly on you device, subscribe now.

Leave A Reply

Your email address will not be published.