THE BYAPINI

ସିପାହୀ ଓ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

Get real time updates directly on you device, subscribe now.

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ କଟକ ଓଏସଏପି ଷଷ୍ଠ ବାଟାଲିଆନର ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଚଢ଼ଉ ସମୟରେ ସିପାହୀଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା, ୧୭ଟି ବ୍ୟାଙ୍କ ପାସ୍‌ବୁକ୍‌ ଜବତ ହୋଇଛି। ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି । କଟକ,ପୁରୀରେ ଥିବା ବାସଭବନ,ପୈତୃକ ଘର, ଓ ଶ୍ୱଶୁର ଘରେ ରେଡ୍ ହେଉଛି । ଟକ ଭିଜିଲାନ୍ସର ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ୍‌ ବଳରେ ଚଢ଼ଉ ହୋଇଛି। ଚଢାଉରେ ୩ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ସହଦେବଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି। ରେଡ୍‌ ସମୟରେ ସହଦେବଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ ହୋଇଛି।
ସେହିପରି ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନ । ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି। ଫରେଷ୍ଟରଙ୍କ ନୂଆଗଡ଼ ସ୍ଥିତ ସରକାରୀ କାର୍ୟ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗର ସ୍ଥିତ ଭଡ଼ାଘର, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.