ଭିଜିଲାନ୍ସ ଧରପଗଡ଼
ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ୟ୍ୟାଳୟର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ । ଶ୍ରୀଗୁଣ୍ଡିଚା ବିହାର ଘର, ବ୍ରହ୍ମଗିରି ପୈତୃକ ବାସଭବନ ଓ ଭୁବନେଶ୍ୱର ନୂଆ ଗାଁରେ ଥିବା ୩ ମହଲା କୋଠାରେ ରେଡ୍ କରୁଛି ଭିଜିଲାନ୍ସ । ଛତୁଆ ଦୁର୍ନୀତି ସହ ଶିଶୁ ବିକାଶ କାର୍ୟ୍ୟରେ ଆସିଥିବା ଅନେକ ଯୋଜନାରେ ଅର୍ଥ ହେରଫେର କରି ସମ୍ପତିଠୁଳ କରିଥିବା ଅଭିଯୋଗ ହୋଇଥିଲା ।
ସେହିପରି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସୀ ମହାନ୍ତଙ୍କ ରେଡ଼୍ କରୁଛି ଭିଜିଲାନ୍ସ । ଏକକାଳୀନ ୪ଟି ସ୍ଥାନରେ ଚଢାଉ ଜାରି ରହିଛି । ଏକକାଳନୀ ଘର ସମେତ ବିଭିନ୍ନ ସ୍ଥାନରେ ରେଡ଼୍ ଜାରି ରଖିଛି ଭିଜିଲାନ୍ସ । ତେବେ ଚଢାଉ ହେଉଥିବା ସ୍ଥାନ ଗୁଡ଼ିକ ମଧ୍ୟରେ କେନ୍ଦୁଝର ସହର ପବିତ୍ରଡିହା ବାସଭାବନ, ସଦର ବ୍ଲକ ରଘୁନାଥପୁର ସ୍ଥିତ ପୈତୃକ ଘର, ଜଜପଶି ସ୍ଥିତ ଶ୍ୱଶୁର ଘର ଏବଂ ଯୋଡ଼ା କାର୍ୟ୍ୟାଳୟରେ ଜାରି ରହିଛି ଚଢାଉ ।
ସେପଟେ ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଗାଇସିଲଟ ସମବାୟ ସମିତିର ସହ ସମ୍ପାଦକ ଘନଶ୍ୟାମ ସାହୁ ଗିରଫ । କୋଟିପତି ସହ ସମ୍ପାଦକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଘନଶ୍ୟାମ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୧ କୋଟି ୭ ଲକ୍ଷ ୩୯ ହଜାର ୨୨୫ ଟଙ୍କାର ସମ୍ପତି ଠାବ ହୋଇଛି । ଏହା ମଧ୍ୟରେ ୬୨ ଲକ୍ଷ ୪୦ ହଜାର ୩୩୭ ଟଙ୍କା ମୂଲ୍ୟର ଗୋଟିଏ ଦୁଇ ମହଲା ଘର ଓ ତିନିଟି ପ୍ଲଟ ରହିଛି ।