ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ । ପ୍ରଦୀପଙ୍କ ଘନିଷ୍ଠ ଥିବା ସର୍ବେଶ୍ୱର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି । ତାଙ୍କ ଡ୍ରାଇଭର ସହଯୋଗୀ ଓ ସର୍ମ୍ପକୀୟଙ୍କ ଘର ଉପରେ ଭିଜିଲାନ୍ସ ଟିମ ଅତର୍କିତ ଚଢ଼ାଉ କରିଛି ।
ପ୍ରଦୀପଙ୍କ ସହ ସମ୍ପର୍କୀୟଙ୍କ ଘରେ ୧୫ଟି ଟିମର ଚଢ଼ାଉ । ସକାଳ ୬ ଟାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ନିକଟରେ ସରକାରଙ୍କ ଅଭିଯୋଗ ପରେ ଭିଜିଲାନ୍ସ ସେଲ କରୁଛି ତଦନ୍ତ । ଅଭିଯୋଗ ପରେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।ଜଣେ ଏସପି ୨ ଜଣ ଅତିରିକ୍ତ ଏସପି ଓ ୧୭ ଡ଼ିଏସପି ରେଡରେ ସାମିଲ ଅଛନ୍ତି ।୦୦୯ ରୁ ୨୦୨୦ ଭିତରେ ୫କୋଟି ୫ଲକ୍ଷ ୪୬୬୫ ଟଙ୍କା ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ ।