ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଦିଗପହଣ୍ଡି ଗ୍ରାମ୍ୟଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବଂଶଧର ସେଠୀଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । । ଏକକାଳିନ ୪ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ବ୍ରହ୍ମପୁର ଶକ୍ତିନଗର, ପୋଲସରା ଚିରିକିପଦର, ବ୍ରହ୍ମପୁର ଲୋଚାପଡ଼ା ଘର, ଦିଗପହଣ୍ଡିସ୍ଥିତ ଅଫିସରେ ଚାଲିଛି ରେଡ୍ । ୨ ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ଏହି ଚଢାଉରେ ସାମିଲ ହୋଇଛନ୍ତି ।ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନ୍ରେ ଥିବା ୩ ମହଲା କୋଠା, ପୋଲସରାର ଚିରିକିପଡା ଶାସନରେ ଥିବା ପୈତୃକ ଘର, ଲୋଚାପଡା ସ୍ଥିତ ସମ୍ପର୍କୀୟଙ୍କ ଘର ଓ ଡିଗପହଣ୍ଡି ସ୍ଥିତ କାର୍ୟ୍ୟାଳୟରେ ଚଢ଼ାଉ ହୋଇଛି ।