THE BYAPINI

‘ପାଠକ’ଙ୍କ ପୁରୁଣା ଫାଇଲର ଚାଲିଛି ଯାଂଚ

Get real time updates directly on you device, subscribe now.

ଗୋଟିଏ ଦିନରେ ଏକା ସାଂଗରେ ପାଂଚ ପାଂଚଟି ସ୍ଥାନରେ ରେଡ୍ । ଭୁବନେଶ୍ୱର,ସମ୍ବଲପୁର,ସୁନ୍ଦରଗଡ, ବ୍ରହ୍ମପୁର, ଅନୁଗୁଳରେ ଛାପା ମାରିଛି ଭିଜିଲାନ୍ସ । ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ଆର୍ଥିକ କାରବାର ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି ।

\ଆଜି ଭୁବନେଶ୍ୱରରେ ଥିବା ଅଭୟକାନ୍ତଙ୍କ ସରକାରୀ ବାସଭବନରେ ପ୍ରଥମେ ଭିଜିଲାନ୍ସ ଚଢାଉ କରିଥିଲା । ଏହା ପରେ ବନବିଭାଗ ଅଫିସରେ ଭିଜିଲାନ୍ସ ଟିମ ପହଚିଂ କାଗଜପତ୍ର ଯାଂଚ କରିଥିଲା । ସେହିପରି ସମ୍ବଲପୁରରେ ବିଭିନ୍ନ ବ୍ୟାଙ୍କ ଯାଇ ଭିଜିଲାନ୍ସର ୪ ଜଣିଆ ଟିମ ପଚରାଉଚରା କରିଥିଲେ । ସମ୍ବଲପୁରରେ ସୋସିଆଲ ଫରେଷ୍ଟରେ ଜଏଂଟ ଡାଇରେକ୍ଟର ଥିଲେ ଅଭୟକାନ୍ତ । ସେ ସମୟରେ ତାଙ୍କର କୌଣସି ଆକାଉଂଟ ଥିବା ନେଇ ଯାଂଚ କରାଯାଇଛି । ଅନୁଗୁଳ ଡିଏଫଓ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ ପହଚିଂ ବିଭିନ୍ନ କାଗଜପତ୍ର ସହ ବ୍ୟାଙ୍କ ଆକାଉଂଟ ଯାଂଚ କରିଛି ।୧୯୯୩ରୁ ୧୯୯୪ ଯାଏ ଅନୁଗୁଳରେ ଡିଏଫଓ ଥିଲେ ଅଭୟକାନ୍ତ । ବ୍ରହ୍ମପୁର ଜୟପ୍ରକାଶ ନଗରୀରେ ଥିବା ଓଏଫଡିସି ଅଫିସରେ ମଧ୍ୟ ଭିଜିଲାନ୍ସର ୩ ଜଣିଆ ଟିମ ରେଡ କରିଛନ୍ତି ।୨୦୦୮ରୁ ୨୦୧୪ ଯାଏ ଅଭୟକାନ୍ତ ବ୍ରହ୍ମପୁର ଓଏଫଡିସିର ସାଧାରଣ ପରିଚାଳକ ଦାୟିତ୍ୱରେ ଥିଲେ । ତଦନ୍ତ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ହାତରେ ଲାଗିଛି ।ସୁନ୍ଦରଗଡରେ ବି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ ଅଭୟ ପାଠକଙ୍କ ସଂପର୍କରେ ଛାନଭିନ କରିଛନ୍ତି ।

ସେପଟେ ଆଜି ଭିଜିଲାନ୍ସ ସେଲ ଅଫିସରେ ହାଜର ହୋଇଥିଲେ ପାଠକଙ୍କ ଡ୍ରାଇଭର । ଡ୍ରାଇଭର ଜୁମାରାତଙ୍କୁ ଏସଆଇଟି ଅଭୟଙ୍କ ସଂପର୍କରେ ପଚରାଉଚରା କରିଛି । ଏହା ସହ ୫ଟି ବ୍ୟାଙ୍କର କର୍ମଚାରୀଙ୍କୁ ମଧ୍ୟ ଅଭୟ ପାଠକଙ୍କ ଆର୍ଥିକ କାରବାର ନେଇ ପଚରାଉରା କରାଯାଇଛି । ଅଭୟକାନ୍ତଙ୍କ ପୁତୁରାକୁ ମଧ୍ୟ ଭିଜିଲାନ୍ସରେ ହାଜର ପାଇଁ ସମନ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.