THE BYAPINI

ଭାଇରସ ମାରିବ ‘ଭିରାଫିନ୍’!

Get real time updates directly on you device, subscribe now.

ଭାଇରସ ମାରିବ ‘ଭିରାଫିନ୍’ । ଦେଶରେ ଦୈନିକ ସଂକ୍ରମଣ ରେକର୍ଡ ସୃଷ୍ଟି କରୁଥିବା ବେଳେ ଟିକିଏ ଆଶ୍ୱସ୍ତି କଲାଭଳି ଖବର ଆସିଛି । କୋଭାକ୍ସିନ୍‌ , କୋଭିସିଲଡ୍‌, ଏବଂ ସ୍ପୁଟନିକ୍‌-ଭି ପରେ ଏବେ କରୋନା ସଂକ୍ରମଣକୁ ରୋକିବା ପାଇଁ କୋଭିଡ୍‌ ମେଡିସିନ୍‌ ଭିରାଫିନ୍‌କୁ ଅନୁମତି ମିଳିଛି । ଗୁରୁତ ତର କରୋନା ରୋଗୀଙ୍କ କ୍ଷେତ୍ରରେ ଭିରାଫିନ୍‌କୁ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛନ୍ତି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ।

ଭାଇରସ ଭସ୍କ କରିବ କି ଭିରାଫିନ୍ । ବିଶ୍ୱରେ ଦୈନିକ ସଂକ୍ରମଣରେ ଭାରତ ରେକର୍ଡ କରିଥିବା ବେଳେ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୨ ହଜାର ଉପରେ ରହୁଛି । ଦେଶର ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ, ଲକଡାଉନ , ସଟଡାଉନ ପରେ ମଧ୍ୟ ସ୍ଥିତି ବେଲଗାମ ହୋଇପଡିଛି । ଏପରି ସମୟରେ କରୋନା ପାଇଁ ନୂଆ ଓøଷଧ ଟିକେ ଆଶ୍ୱସ୍ତି ଦେଇଛି । କରୋନା ମୁକାବିଲାକୁ ଜୋରଦାର କରିବା ପାଇଁ ଜାଇଡସ୍ କାଡିଲା ଫାର୍ମା କଂପାନୀ ନିର୍ମିତ ‘ଭିରାଫିନ୍’କୁ ଅନୁମତି ଦେଇଛନ୍ତି ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିଜିସିଆଇ । ସୀମିତ ଜରୁରିକାଳୀନ ବ୍ୟବହାର ପାଇଁ ମିଳିଛି ଏହି ଅନୁମତି । ଜାଇଡସ୍ କାଡିଲା ପକ୍ଷରୁ କୁହାଯାଇଛି, ମଧ୍ୟମ ଧରଣର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧ ବେଶ ଫଳପ୍ରଦ ସାବ୍ୟସ୍ତ ହେଉଛି ।

ଭିରାଫିନ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବିଶେଷ ଫଳପ୍ରଦ ସାବ୍ୟସ୍ତ ହେଉଥିବା କୁହାଯାଉଛି । ଏହା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ରୋଗୀଙ୍କୁ ଶକ୍ତି ଦେଇଥାଏ । ଏବଂ ଅକ୍ସିଜେନର ଆବଶ୍ୟକତାକୁ କମାଇଥାଏ, ରୋଗୀଙ୍କୁ କଷ୍ଟ କମ ହୁଏ । ତେବେ ବଡ଼ କଥା ହେଲା ଔଷଧ ବ୍ୟବହାରର ୭ ଦିନରେ ୯୧ ପ୍ରତିଶତ ରୋଗୀଙ୍କ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା କମ୍ପାନୀ ପକ୍ଷରୁ ଦାବି କରାଯାଛି । ଅନୁମତି ପାଇଁ ଆବେଦନ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏହି ଔଷଧର ପରୀକ୍ଷା ଦେଶର ୨୦ରୁ ୨୫ଟି କେନ୍ଦ୍ରରେ ହୋଇଥିଲା। ପରୀକ୍ଷା ବେଳେ ଜଣାପଡ଼ିଛି ଯେ ଭିରାଫିନ ବ୍ୟବହାର କରୁଥିବା ଲୋକଙ୍କୁ ଅତିରିକ୍ତ ଅମ୍ଳଜାନର ବ୍ୟବହାର କରିବାକୁ ପଡ଼ୁନି। ସେହିପରି ଭିରାଫିନ ଡୋଜ୍‌ ନେଉଥିବା ଲୋକଙ୍କ ଶ୍ୱାସନଳୀ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ କରୋନା ସଂକ୍ରମଣ କରିପାରୁ ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.