THE BYAPINI

ଭାରତୀୟ ଖେଳାଳିଙ୍କ ଦବଦବା

Get real time updates directly on you device, subscribe now.

ଗତ ୧୦ ବର୍ଷ ମଧ୍ୟରେ କ୍ରିକେଟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଭିତ୍ତିରେ ଡିକେଡ୍ ଆୱାର୍ଡ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଦଶନ୍ଧିରେ ଭଲ ପ୍ରଦର୍ଶନ ଭିତ୍ତିରେ ଆଇସିସି ଶ୍ରେଷ୍ଠ ଦିନିକିଆ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ଚୟନ କରିଛି । ଯେଉଁଥିରେ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଦବଦବା ଦେଖିବାକୁ ମିଳିଛି । ଆଇସିସି ଟି-୨୦ ଦଳରେ ଧୋନୀଙ୍କ ସମେତ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ଦଳରେ ସ୍ଥାନ ମିଳିଛି।

ଦଶନ୍ଧିର ବେଷ୍ଟ ୱାନ୍ ଡେ, ଟେଷ୍ଟ ଓ ଟି-ଟ୍ୱେଣ୍ଟି ତିନିଗୋଟି ଟିମରେ ବିରାଟ କୋହଲିଙ୍କୁ ସ୍ଥାନ ମିଳିଛି । ଏଥିସହ ଟେଷ୍ଟ ଟିମ୍ ଅଧିନାୟକତ୍ୱ ମିଳିଛି ବିରାଟଙ୍କୁ । ଏହା ବାଦ୍ ଭାରତର ପୂର୍ବ ବିଶ୍ୱ ଚାମ୍ପିଅନ୍ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟି-ଟେଣ୍ଟି ଅଧିନାୟକ ଚୟନ କରାଯାଇଛି । ଆଇସିସି ନିଜର ଟି-୨୦ ଦଳରେ ଛଅ ହିଟର ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ସାମିଲ କରିଛି। ଏମ ଏସ ଧୋନୀଙ୍କୁ ଅଧିନାୟକ ବ୍ୟତୀତ ଓ୍ଵିକେଟ୍ କିପିଂ ଦାୟିତ୍ଵ ଦିଆଯାଇଛି। କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ଦଳରେ ମହତ୍ଵପୂର୍ଣ୍ଣ ଖେଳାଳି ଭାବେ ସାମିଲ । ଆଇସିସି ଦିନିକିଆ ଦଳରେ ଭାରତର ତିନି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ୨-୨, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାନ୍ଡ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସାମିଲ କରିଛି।

ଭାରତକୁ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ୍ ଜିତାଇ ଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇସିସି ଦଶନ୍ଧିର ୫୦ ଓଭର ଟିମର ଅଧିନାୟକ ନିଯୁକ୍ତ କରିଛି । ଏହି ଟିମରେ ଧୋନିଙ୍କ ସମେତ ଅନ୍ୟ ୨ ଭାରତୀୟ ରୋହିତ ଶର୍ମ ଓ ବିରାଟ କୋହଲିଙ୍କୁ ରଖିଛି ଆଇସିସି । ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ନର ଓ ମିସେଲ ଷ୍ଟାର୍କଙ୍କୁ ମଧ୍ୟ ଚୟନ କରାଯାଇଛି ।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍
ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏମଏସ ଧୋନୀ, କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା

ଦିନିକିଆ ଦଳ: ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା।

Get real time updates directly on you device, subscribe now.

Leave A Reply

Your email address will not be published.