THE BYAPINI

ଭିସୁଟରୁ ଉଠିଲା କଟକଣା

Get real time updates directly on you device, subscribe now.

ବୁର୍ଲା ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନଥିବା ଜଣାପଡିବା ପରେ କଂଟେନମେଂଟ କଟକଣା ଉଠାଯାଇଛି । ହେଲେ କଂଟେନମେଂଟ କଟକଣା ଉଠିବା ପରେ ବି ଆଗାମୀ ୭ ଦିନ ଯାଏ ଆକ୍ସିଭ ସର୍ଭେଲାନ୍ସ ଜାରି ରହିବ ବୋଲି ପ୍ରଶାସନ କହିଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ ଭିସୁଟ ପରିସରରୁ କଂଟେନମେଂଟ କଟକଣା ଉଠାଇଛି ।

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ୨୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହାକୁ ଦୃଷ୍ଟିରେ ରଖି ୧୧ଟି ହଷ୍ଟେଲକୁ କଂଟେନମେଂଟ ଜୋନ ଘୋଷଣା କରିଥିଲେ ଜିଲ୍ଲାପାଳ । ପୁଲହ ଛାତ୍ରାବାସର ଆଖପାଖ ଅଂଚଳକୁ ବଫର୍ ଜୋନ୍ ‌ଭାବେ ଘୋଷଣା କରାଯାଇଥିଲା।ଏପରିକି ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । କିନ୍ତୁ ପରେ ଜଣାପଡିଥିଲା ଯେ , ଆଟିଂଜେନ କିଟ ଖରାପ ଯୋଗୁ ରିପୋର୍ଟ ଭୁଲ ଆସିଥିଲା । ଭିସୁଟର କୌଣସି ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନୁହେଁନ୍ତି ।ଏହା ପରେ ସମସ୍ତ ହଷ୍ଟେଲରୁ କଂଟେନମେଂଟ କଟକଣା ଉଠାଯିବା ସହ ଛାତ୍ରାବାସ ମୁଖ୍ୟ ଫାଟକରେ ଲାଗିଥିବା ବାଉଁଶ ବ୍ୟାରିକେଡକୁ ଖୋଲା ଯାଇଛି ।ଖୁବଶୀଘ୍ର ଛାତ୍ରଛାତ୍ରୀମାନଙ୍କୁ ପୁନଃ ବିଶ୍ୱବିଦ୍ୟାଳୟ ଆସିବାକୁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଜଣା ପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.