THE BYAPINI

ସଂକ୍ରମଣ ବଢିବାରୁ ବନ୍ଦ ହେଲା ଭିସୁଟ

Get real time updates directly on you device, subscribe now.

ବଢିଲା ସଂକ୍ରମଣ, ବନ୍ଦ ହେଲା ଭିସୁଟା ସଂକ୍ରମଣ ବଢିବାରୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ହେଲା ଭିସୁଟ୍ । ଗୋଟିଏ ସ୍ଥାନରୁ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ କତୃପକ୍ଷ ବନ୍ଦ କରିଛନ୍ତି । ଏକାକାଳୀନ ୧୮ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଭିସୁଟକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଆସନ୍ତା କାଲି ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭିସୁଟ୍‌ରେ ଗୁରୁବାରଠାରୁ ଅନୁଷ୍ଠିତ ହେବାକୁ ଥିବା ସମସ୍ତ ଅଫ୍‌ଲାଇନ୍ ପରୀକ୍ଷାକୁ ବାତିଲ କରାଯାଇଛି। ତ ତିନିଦିନ ମଧ୍ୟରେ ୨୨ରୁ ବେଶୀ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୁରୁବାର ଦିନ ଜିଲ୍ଲା ପ୍ରଶାସନ ବାଧ୍ୟହୋଇ ଭିସୁଟ୍‌ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିବା ଭିସୁଟ୍ କୁଳପତି ପ୍ରଫେସର ବଂଶିଧର ମାଝୀ ସୂଚନା ଦେଇଛନ୍ତି।
ଯେଉଁ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ବାହାରିଛି, ସେମାନଙ୍କୁ ସଂଗରୋଧରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିସୁଟ୍‌ର ଅଙ୍ଗିରା ଛାତ୍ରାବାସରେ ବ୍ୟବସ୍ଥା କରାଯାଇଛି । କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀମାନେ ଅଂଗିରା ଛାତ୍ରାବାସରେ ସଂଗରୋଧରେ ରହିଛନ୍ତି। ଅନ୍ୟ ପଟେ ଆସନ୍ତା ୧୦ ତାରିଖରୁ ସମସ୍ତ କ୍ଲାସ୍ ଅନ୍‌ଲାଇନ୍‌ରେ ହେବ ବୋଲି କର୍ତୃପକ୍ଷ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.