THE BYAPINI

ଶନିବାର,ରବିବାର ସଟଡାଉନ

Get real time updates directly on you device, subscribe now.

କରୋନାର କମବ୍ୟାକ ପରେ ରାଜ୍ୟରେ ପୁଣି ଫେରିଛି କଟକଣା । ରାଜ୍ୟ ସରକାର କରୋନା ନିୟନ୍ତ୍ରଣ ପାଇଁ ବଡ଼ ଘୋଷଣା କରିଛନ୍ତି । ଓଡିଶାରେ ଲାଗୁହେଲା ସପ୍ତାହାନ୍ତ ସଟଡାଉନ । ସାରା ରାଜ୍ୟର ସମସ୍ତ ସହରାଂଚଳରେ ପ୍ରତି ଶନିବାର ଓ ରବିବାର ରାଜ୍ୟରେ ଲକଡାଉନ ଲାଗୁ କରାଯାଇଛି ।

କରୋନା ଦ୍ୱିତୀୟ ଲହର ଯେପରି ଦ୍ରୁତ ଗତିରେ ଲମ୍ବା ଡିଆଁ ମାରୁଛି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି ।ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ୨୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଓ ସୀମାନ୍ତବର୍ତୀ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ପୁରା ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ଲାଗୁ କରାଯାଇଛି । ଏସଆରସି ଆଜି ଏନେଇ ଘୋଷଣା କରିଛନ୍ତି ।

ସଟଡାଉନ ବେଳେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ଜରୁରୀକାଳନୀ ସେବାକୁ ଏଥିରୁ ବାଦ ଦିଆଯିବ । ଢାବା ଖେଲାରହିବ । ହେଲେ ଢାବାରେ ବସି ଖାଇପାରିବେ ନାହିଁ । ଖାଦ୍ୟ ପାର୍ସଲ ନେଇପାରିବ । ଅଗ୍ନିଶମ, ପୁଲିସ, ପୌରାଚଂଳ ଅଫିସ , ମେଡିସିନ ଦୋକାନ,ପେଟ୍ରୋଲ ପମ୍ପ,ଜଳ ଯୋଗାଣ, ଗ୍ୟାସ ଯୋଗାଣ ଅଫିସ ଖୋଲା ରହିବ । ସେହିପରି ଖବରକାଗଜ ଯୋଗାଣ ,ଦୁଗ୍ଧ ଦୋକାଳ, ଗ୍ରୋସରୀ ଦୋକାନ ଖୋଲା ରହିବ । ରେଳ ଓ ବିମାନ ଯାତ୍ରୀଙ୍କୁ ନେଇ ଯାଉଥିବା ଗାଡି ଚଳାଚଳ କରିବ । କୌଣସି ସ୍ୱତନ୍ତ୍ର ପାସର ବ୍ୟବସ୍ଥା ନାହିଁ । ଯାତ୍ରୀଙ୍କ ଟିକେଟ ଦେଖି ଅଟୋ ରିକ୍ସା ଓ କାର ଚଳାଚଳ କରିପାରିବ । ସେହିପରି ବିବାହ ଉତ୍ସବ ଉପରେ କଟକଣା କଡାକଡି କରାଯାଇଛି । ସର୍ବମୋଟ ୫୦ ଜଣ ବିବାହ ଉତ୍ସବରେ ସାମିଲ ହୋଇପାରିବେ । ଏହାଠୁ ଅଧିକ ସାମିଲ ହୋଇପାରିବେ ନାହିଁ ।

Get real time updates directly on you device, subscribe now.

Leave A Reply

Your email address will not be published.