THE BYAPINI

ପଶ୍ଚିମବଙ୍ଗ ଫାଇଟ..ମୋଦି ବନାମ ମମତା

Get real time updates directly on you device, subscribe now.

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇଥିବା ବେଳେ ଫୋକସରେ ରହିଛି ପଶ୍ଚିମବଙ୍ଗ । ବିଜେପି ଓ ମମତା ବାନାର୍ଜୀଙ୍କ ନେତତୃତ୍ଵାଧୀନ ତୃଣମୂଳ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ୨୧୧ ଆସନ ଜିତି ସରକାର ଗଠନ କରିଥିବା ବେଳେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା। ୨୦୧୪ରେ କେବଳ ଦୁଇଟି ଲୋକସଭା ଆସନ ଜିତିଥିବା ବିଜେପି ୨୦୧୯ ସାଧାରଣ ନିର୍ବାଚନରେ ଦମଦାର ପ୍ରଦର୍ଶନ କରି ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଛି। ନିର୍ବାଚନ ତାରିଖ ଘୋଷଣା ନହେବା ପୂର୍ବରୁ ଦୁଇ ଦଳର ନିର୍ବାଚନୀ ପ୍ରଚାର ଜୋର ଧରିଲାଣି। ଏଥିସହ ନେତାଙ୍କ ଦଳ ଅଦଳ ମଧ୍ୟ ଜୋରଦାର ଚାଲିଛି। ଧିରେ ଧିରେ ରାଜ୍ୟରେ ବିଜେପି ନିଜକୁ ସୁଦୃଢ କରିବାରେ ଲାଗିଛି।

ସେପଟେ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନେଇ ଘୋଷଣା କରାଯାଇଥିବା ବେଳେ ଏନେଇ ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଯଦି ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ଯଦି ଗୋଟିଏ ପର୍ୟ୍ୟାୟରେ ମତଦାନ ହୋଇପାରିଲା ତାହେଲେ ପଶ୍ଚିମବଙ୍ଗରେ କାହିଁକି ୮ଟି ପର୍ୟ୍ୟାୟ ବୋଲି ପ୍ରଶ୍ନ କରିଛନ୍ତି ମମତା ବାନାର୍ଜୀ।

ଗୋଟିଏ ଜିଲ୍ଲାରେ ତିନୋଟି ପର୍ୟ୍ୟାୟରେ ମତଦାନ କାହିଁକି ହେଉଛି ବୋଲି ମମତା ପ୍ରଶ୍ନ କରିଛନ୍ତି। ଦକ୍ଷିଣ ପରଗନା ଜିଲ୍ଲାରେ ଟିଏମସି ମଜବୁତ ଅଛି। ସେଠାରେ ତିନୋଟି ପର୍ୟ୍ୟାୟରେ ମତଦାନ କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ମୁସଲମାନ ଏବଂ ହିନ୍ଦୁ ମଧ୍ୟରେ ବିଭେଦ ସୃଷ୍ଟି କରୁଛି ବିଜେପି। ପଶ୍ଚିମବଙ୍ଗରେ ବଙ୍ଗାଳୀ ହିଁ ଶାସନ କରିବେ। ଏଠାରେ ବିଜେପିକୁ ଟିଏମସି ହରାଇବ ବୋଲି ମମତା ସାମ୍ବାଦିକ ସମମିଳନୀରେ କହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଅପେକ୍ଷା କରିବା ପାଇଁ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହକୁ କହିଛନ୍ତି ମମତା ବାନାର୍ଜୀ।

ପଶ୍ଚିମବଙ୍ଗରେ ୮ ଟି ପର୍ୟ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ମେ ୨ରେ ସମସ୍ତ ପାଞ୍ଚଟି ରାଜ୍ୟର ଭୋଟ ଗଣନା ହେବ ବୋଲି ନିର୍ବାଚନ କମିଶନର କହିଛନ୍ତି। ୨୯୪ ଆସନ ବିଶିଷ୍ଟ ବିଧାନସଭାରେ ୬୮ଟି ଆସନ ଏସସି ଏବଂ ୧୬ଟି ଆସନ ଏସଟି ପାଇଁ ସଂରକ୍ଷିତ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.