THE BYAPINI

କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ?

Get real time updates directly on you device, subscribe now.

କେବେ ନେବେ କୋଭିସିଲ୍ଡ଼ ଟିକାର ଦ୍ୱିତୀୟ ଡ଼ୋଜ ? ଏନେଇ ନୂଆ ମାର୍ଗଦର୍ଶିକା ଆସିଛି । ଏଣିକି ୪ରୁ ୬ସପ୍ତାହ ପରିବର୍ତ୍ତେ ୪ରୁ ୮ ସପ୍ତାହ ମଧ୍ୟରେ ଦିଆଯିବ ଦ୍ୱିତୀୟ ଡ଼ୋଜ । କେବଳ କୋଭିସିଲ୍ଡ ଟିକା ପାଇଁ ଏହି ନୀୟମ କାର୍ୟ୍ୟକାରୀ ହେବ ।

କୋଭିସିଲ୍ଡ ଟିକା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଜିଲ୍ଲାପାଳ, ମୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁଯାୟୀ ଟିକାର ଦ୍ୱିତୀୟ ଡୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ଡ଼ୋଜର ୪ରୁ ୮ ସପ୍ତାହ ପରେ ଦ୍ୱିତୀୟ ଡ଼ୋଜ୍ ଦେବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ୪ରୁ ସପ୍ତାହ ମଧ୍ୟରେ ଦିଆଯାଉଥିଲା ଦ୍ୱିତୀୟ ଡ଼ୋଜ୍ । କିନ୍ତୁ ଦ୍ୱିତୀୟ ଡ଼ୋଜ୍ ଟିକାକରଣ ୮ସପ୍ତାହରୁ ବିଳମ୍ବ ହେବ ନାହିଁ ।

ଗୋଟିଏ ପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଆଉ ଅନ୍ୟପଟେ ଭ୍ୟାକ୍ସିନକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ସରକାର। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

ସେପଟେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସ୍ସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଏସ୍ସିବି ମେଡିକାଲ ଆଖି ବିଭାଗର ଚତୁର୍ଥ ମହଲାରେ କରୋନା ଓ୍ୱାର୍ଡ କରାଯାଇଛି। ସେଠାରେ ଗୋଟିଏ ପଟେ ଆଇସୋଲେସନ ଓ୍ୱାର୍ଡ ଓ ଅନ୍ୟ ପଟେ କରୋନା ୱାର୍ଡ ପାଇଁ ବ୍ୟବସ୍ଥା ହୋଇଛି।

Get real time updates directly on you device, subscribe now.

Leave A Reply

Your email address will not be published.