THE BYAPINI

କିଏ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି?

Get real time updates directly on you device, subscribe now.

କିଏ ହେବ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେ ଆସନ୍ତା ମାସରେ ଅବସର ନେ‌ବେ। ଆସନ୍ତା ଏପ୍ରିଲ ୨୩ ତାରିଖରେ ସେ ଅବସର ନେବାକୁ ଥିବାବେଳେ ଏହା ପୂର୍ବରୁ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ଦେବାପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତେଣୁ ମାସକ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ନିଜର ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଂକର ପ୍ରସାଦ ଜଷ୍ଟିସ୍ ବୋବଡେଙ୍କ ପାଖକୁ ଏକ ଚିଠି ଲେଖି ପରବତ୍ତୀ ବିଚାରପତି କିଏ ହେବ ନାମ ସୁପାରିସ କରିବାକୁ କୁହାଯାଇଛି ।

ନିୟମ ମୁତାବକ ପରବର୍ତ୍ତୀ ବିଚାରପତି କିଏ ହେବ ସେ ନେଇ ସରକାର ବର୍ତ୍ତମାନର ବିଚାରପତିଙ୍କ ସୁପାରିସ ଉପରେ ଗୁରୁତ୍ୱାରୋପ କରିଥା’ନ୍ତି । ଏହି ନିୟମ ଅନୁସାରେ ଆଇନମନ୍ତ୍ରୀ ପ୍ରଧାନ ବିଚାରପତିଙ୍କ ସୁପାରିସକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ରଖିବେ । ଏହାପରେ ନିଯୁକ୍ତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କ ମତ ଲୋଡିବେ । ମୁଖ୍ୟ ବିଚାରପତି ଚୟନ ନେଇ ଯେଉଁ ପ୍ରକ୍ରିୟା ରହିଛି ତାହା ଅନୁଯାୟୀ, ସୁପ୍ରିମକୋର୍ଟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହେବେ । ଏହାସହ ଏହି ପଦରେ ରହିବା ପାଇଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଠିକ୍ ଥିବା ଦରକାର ।

ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ପରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ହେଉଛନ୍ତି ଜଷ୍ଟିସ୍ ଏନ୍ ଭି ରମଣା । ତାଙ୍କ କାର୍ୟ୍ୟକାଳ ୨୦୨୨ ମସିହା ଅଗଷ୍ଟ ୨୬ ତାରିଖ ପର୍ୟ୍ୟନ୍ତ ଥିବାରୁ ତାଙ୍କ ନାମକୁ ଜଷ୍ଟିସ ଏସ୍ ଏ ବୋବଡେ ସୁପାରିସ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.