ଦେଶର ସର୍ବ ବୃହତ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଏମ୍ସ୍ର କରୋନା ଯୋଦ୍ଧା ସଫେଇ କର୍ମଚାରୀ ମନିଶ କୂମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ଟିକାକରଣ ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ , ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥଲେ ।
ମନିଶ ମନିଶ କୂମାରଙ୍କ ପରେ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ ବି ଟିକା ନେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି କରୋନା ବିରୋଧରେ ଜାରି ରହିଥିବା ଲକାକରଣ ପାଇଁ ସମ୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଢେଇରେ ଟିକା ସଞ୍ଜୀବନି ଭଳି କାମ କରିବ । ଏବେ ଲଢେଇ ଅନ୍ତିମ ତଥା ନିର୍ଣ୍ଣାୟକ ମୋଡରେ ପହଂଚିଥିବା ସେ କହିଛନ୍ତି ।
ସେହିପରି ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏସ୍ସିବିରେ ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ବର୍ଷା ଦେଈ। ୧୧ଶହ ସ୍ବାସ୍ଥ୍ୟ କର୍ମଚାରୀ ଏହି କରୋନା ଟିକା ନେବେ । ସେପଟେ ସମ୍ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ସୋଆ କୁଳପତି ଅଶୋକ ମହାପାତ୍ର । ଟିରାଜଧାନୀରେ ଟିକାକରଣ ପାଇଁ ୬ଟି ହସ୍ପିଟାଲ ଚୟନ କରାଯାଇଛି ।ଦେଶରେ ପ୍ରଥମେ ୩କୋଟି ଲୋକଙ୍କୁ ଟିକା ଦିଆଯିବ । ପରେ ଏହାକୁ ୩୦ କୋଟି ଯାଏଁ ବୃଦ୍ଧି କରାଯିବ । ବୟସ୍କ ଓ ଗୁରୁତର ରୋଗୀଙ୍କୁ ପ୍ରଥମ ପର୍ୟ୍ୟାୟରେ ଟିକା ଦିଆଯିବ ।