THE BYAPINI

ଶିଶୁ ନିଖୋଜ ହେଉଛନ୍ତି କାହିଁକି?

Get real time updates directly on you device, subscribe now.

ରାଜ୍ୟରେ ଏବେ ପ୍ରତିଦିନ ଶିଶୁ ନିଖୋଜ ହେବା ଖବର ସାମନାକୁ ଆସୁଛି । ପରୀ ଭଳି ଅନେକ ଶିଶୁ ନିଖୋଜ ହେଉଛନ୍ତି । ଯାହାର କିଛି ପତା ମିଳୁନି । ନୟାଗଡ ଯଦୁପୁରର ପରୀ ପରେ ଏବେ ଦଧିପାଟଣା ଗାଁରୁ ପୁଣି ୩ ବର୍ଷ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ସେହପରି ଯାଜପୁର ବିଂଝାରପୁର ମଧୁସୂଦନ ପୁର ଗାଁର ୨ ବର୍ଷର ଶିଶୁ କନ୍ୟା ପିହୁ ୪ ମାସ ହେଲା ନିଖୋଜ ଅଛି । ଅଗଷ୍ଟ ୯ରୁ ପିହୁ ନିଖୋଜ ଥିଲେ ମଧ୍ୟ ଏଯାଏ ପୁଲିସ ପତା ପାଉନି ।

ପରୀ ମୃତ୍ୟୁ ଘଟଣାରେ ଏକ ରୋଚକ ମୋଡ ସାମନାକୁ ଆସିଛି । ଏବେ ଏହି ମାମଲାରେ ଏସଆଇଟିର ତଦନ୍ତ ଜଣେ କଲେଜ ଛାତ୍ର ଉପରେ କେନ୍ଦ୍ରୀଭୂତ ହୋଇଥିବା ଜାଣିବାକୁ ମିଳିଛି ।କିଛି ଦିନ ତଳେ ଏହି ଛାତ୍ରଙ୍କ ରକ୍ତ ଓ ଲାଳ ଆଦି ପରୀକ୍ଷା କରିଥିଲା ଏସଆଇଟି । ଏପରିକି ଯୁବକର ମୋବାଇଲ ଫୋନକୁ ପୁଲିସ ସିଜ କରିଛି ।ସେପଟେ ନୟାଗଡ ଦଧିପାଟଣା ଗାଁରୁ ଆଉ ଜଣେ ୩ ବର୍ଷ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ସମୟରେ ଶିଶୁଟି ନିଖୋଜ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି । ସେହିପରି ଯାଜପୁର ମଧୁସୂଦନ ପୁର ଗାଁର ୨ ବର୍ଷର ପିହୁ ମାମୁଘରକୁ ଯାଇଥିବା ବେଳେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୪ ମାସ ହେଲା ନିଖୋଜ ଅଛି । ଅଗଷ୍ଟ ୯ରୁ ପିହୁ ନିଖୋଜ ଥିଲେ ମଧ୍ୟ ଏଯାଏ ପୁଲିସ ପତା ପାଉନି । ଅଭିଯୋଗ ଅନୁସାରେ ପିହୁକୁ କେହି ବାଇକରେ ବସାଇ ନେଇଯାଉଥିବା କିଛି ବ୍ୟକ୍ତି ଦେଖିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପିହୁଙ୍କ ପରିବାର ଲୋକଙ୍କୁ ଭେଟିବା ସହ ତୁରନ୍ତ କୁନି ଝିଅକୁ ଉଦ୍ଧାର ପାଇଁ ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେପଟେ କଂଗ୍ରେସ ପରୀ ହତ୍ୟା ଘଟଣା ସହିତ ପିହୁର ନିଖୋଜ ଘଟଣାକୁ ନିନ୍ଦା କରିଛି ।ଅପହରଣ ଘଟଣାକୁ ବରଦାସ୍ତ କରାଯିବନି । ଏତେ ଶିଶୁ ନିଖୋଜ ହେଉଛନ୍ତି, କିନ୍ତୁ ସରକାର ନିଖୋଜ ନିଦରେ ଶୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

କ୍ରାଇମବ୍ରାଂଚ ଡିଜି ବିକେ ଶର୍ମା ଥିବା ରାଜ୍ୟରେ ନିଖୋଜ ଶିଶୁ ମାନଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ମୁସକାନ୍ । ଏହି ଅପରେସନ ମାଧ୍ୟମରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଶିଶୁଙ୍କ ଉଦ୍ଧାର କରାଯାଉଥିଲା । ଏହା ପରେ ଅପରେସନ ସ୍ମାଇଲ ଆରମ୍ଭ ହୋଇଥିଲା । ଏହି ଦୁଇ ସଂସ୍କରଣ ପରେ ଆରମ୍ଭ ହୋଇଥିଲା ଅପରେସନ ପରୀ । କିନ୍ତୁ ୨୦୧୮ ରେ ଅପରେସନ ପରୀର ଭାଗ-୨ ପରେ ଏହି ଯୋଜନାରେ ତାଲା ପଡିଯାଇଥିଲା ।

ଗତବର୍ଷ ରାଜ୍ୟରୁ ୪ ହଜାର ୧୩ ଜଣ ଶିଶୁ ନିଖୋଜ ହୋଇଥିବା ଏନସିଆରବି (ଜାତୀୟ କ୍ରାଇମ ରିପୋର୍ଟ ବ୍ୟୁରୋ) କିଛି ଦିନ ତଳେ ତଥ୍ୟ ଦେଇଛି । ଅର୍ଥାତ ରାଜ୍ୟରେ ଦିନକୁ ଦିନ ହଜୁଛନ୍ତି ପ୍ରାୟ ୧୨ ଜଣ ଶିଶୁ । ଶିଶୁ ନିଖୋଜ ତାଲିକାରେ ଦେଶର ତୃତୀୟରେ ଓଡିଶା ରହିଛି । ରାଜ୍ୟରେ ପ୍ରତିଦିନି ଶିଶୁ ନିଖୋଜ ସଂଖ୍ୟା ବଢିବାରେ ଲାଗିଛି ।ସରକାର ନିଖୋଜ ମାମଲାକୁ ଗୁରୁତ୍ୱର ସହ ନେଇ ମୁସକାନ୍‌, ସ୍କାଇଲ ଓ ପରୀ ଭଳି ଅପରେସନ ନିଷ୍କାର ସହ କାର୍ଯ୍ୟକାରୀ କଲେ, ହୁଏତ ଅନେକ ଶିଶୁଙ୍କ ଜୀବନ ବଂଚିଯାନ୍ତା

Get real time updates directly on you device, subscribe now.

Leave A Reply

Your email address will not be published.