THE BYAPINI

ସାରୁଅ ସ୍କାମ କୁଆଡେ କଲା?

Get real time updates directly on you device, subscribe now.

ସସପେନ୍ସ ବଢିଲାଣି , ଖସିଯିବେନି ତ ଅପରାଧୀ । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ଶୀତ ଦିନ ପଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାରେ ବରଫ ଜମାଟ ବାନ୍ଧିବା ଆରମ୍ଭ କଲାଣି । ସମୟ ଗଡିବା ସହ ସାରୁଅ ଜମି ଦୁର୍ନୀତି ମାମଲାର ଫାଇଲ ନାଲିଫିତା ତଳେ ଚାପି ହେବା ଆରମ୍ଭ କରିଛି । ଗିରଫଦାରୀକୁ ଏଡାଇବା ପାଇଁ ଏହି ମାମଲାର ମୁଖ୍ୟ କାର୍ପଟଦାର ପଣ୍ଡା ଦମ୍ପତି ନିଜର ସୁରକ୍ଷା ପାଇଁ ଡେରା ପକାଇଥିବା ବେଳେ କ୍ରାଇମବ୍ରାଞ୍ଚ ଭୁବନେଶ୍ୱରର ଶୀତରେ ବୋଧହୁଏ କାଲୁଆ ପଡିଗଲାଣି ।

ଦଳିତଙ୍କ ଜମି ହଡପ ମାମଲାରେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟିଡେ କମ୍ପାନୀର ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ବାହାବା ସାଉଁଟୁଥିବା ବେଳେ ପଣ୍ଡା ଦମ୍ପତିଙ୍କ ବିରୋଧରେ ପୁଳା ପୁଳା ପ୍ରମାଣ ଥାଇ କାହିଁକି କ୍ରାଇମବ୍ରାଞ୍ଚ ଏଯାଏଁ ହାତ ବାନ୍ଧି ବସିଛି ତାହା ବୁଝାପଡୁନି । ଗିରଫ ତ ଦୂରର କଥା କେବଳ ଥରୁଟିଏ ନୋଟିସ କରି ଦେଇ ସାରୁଅ ମାମଲାରେ ସାଇଲେଣ୍ଟ ମୋଡକୁ ଚାଲିଯାଇଛି କ୍ରାଇମବ୍ରାଞ୍ଚ । ଆଉ ପଣ୍ଡା ଦମ୍ପତି ପ୍ରତି କ୍ରାଇମବ୍ରାଞ୍ଚର ଏଭଳି ଦରଦକୁ ନେଇ ଏବେ ପ୍ରଶ୍ନ ଉଠାଇଲେଣି ସାଧାରଣ ଲୋକ ।

ବୈଜୟନ୍ତ ଓ ଜାଗୀଙ୍କ କମ୍ପାନି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ ନାଁରେ ସାରୁଅରେ ୨୨ ଜଣ ଦଳିତଙ୍କ ଜମି ହଡପ କରିବା ଭଳି ସାଂଘାତିକ ଅଭିଯୋଗ ରହିଛି । ଏପରିକି ପଣ୍ଡା ଦମ୍ପତି ଏହି ଜମି କେଳେଙ୍କାରୀର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଏହି କେଳେଙ୍କାରୀର ଶିକାର ହୋଇଥବିା ରବୀନ୍ଦ୍ର ସେଠୀ ମଧ୍ୟ ବୈଜୟନ୍ତ ଓ ଜାଗୀଙ୍କୁ ଏହି ମାମଲାରେ କାଠଗଡାକୁ ଟାଣିଛନ୍ତି । ଚାକିରିରୁ ବାହାର କରିଦେବାର ଭୟ ଦେଖାଇ କିଭଳି କମ୍ପାନି କର୍ତ୍ତୃପକ୍ଷ ତାଙ୍କ ଠାରୁ ଦସ୍ତଖତ କରାଇ ଜମି ହଡପ କରିଥିଲେ ତାହାର ପୂରା ପୋଥି ଗଣମାଧ୍ୟମରେ ଖୋଲିଥିଲେ । ଯାହା ଦଳିତଙ୍କ ଜମି ହଡପ ମାମଲାରେ ପଣ୍ଡା ଦମ୍ପତିଙ୍କ ଅସଲ ଚେହେରାକୁ ପଦାରେ ପକାଇଥିଲା ।

ଏତେ ସବୁ ପ୍ରମାଣ ସତ୍ତେ୍ୱ ମଧ୍ୟ କ୍ରାଇମବ୍ରାଞ୍ଚର ଅସମ୍ଭବ ନୀରବତା ଏବେ ଅନେକ ପ୍ରଶ୍ନ ଛିଡା କଲାଣି । ଏହି ମାମଲାରେ କମ୍ପାନୀର ନିର୍ଦ୍ଦେଶକ ଥିବା ମନୋରଞ୍ଜନ ଷଡଙ୍ଗୀଙ୍କୁ କ୍ରାଇମବ୍ରାଞ୍ଚ କରିଥିବା ବେଳେ ବିଭୂ ରଥଙ୍କୁ ମଧ୍ୟ ଏହା ଭିତରେ ୨ ଥର ଡକାଇ ପଚରାଉଚରା କରି ସାରିଲାଣି । ଆଉ ଏହା ପରେ କାଳେ ସେମାନଙ୍କ ପାଳି ପଡିବ ସେଥିପାଇଁ ଅନ୍ତରୀଣ ସୁରକ୍ଷା ମାଗିଥିଲେ ପଣ୍ଡା ଦମ୍ପତି । ତେବେ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ପଣ୍ଡା ଦମ୍ପତିଙ୍କୁ ନୋଟିସ କରିବାକୁ କାହିଁକି ସାହସ ଜୁଟାଇ ପାରୁନି କ୍ରାଇମବ୍ରାଞ୍ଚ?

ମନୋରଞ୍ଜନଙ୍କୁ ଗିରଫ କରିବା କ୍ଷେତ୍ରରେ କ୍ରାଇମବ୍ରାଞ୍ଚ ଯେଉଁଭଳି ତତ୍ପରତା ଦେଖାଇଥିଲା ବୈଜୟନ୍ତ-ଜାଗୀଙ୍କ କ୍ଷେତ୍ରରେ କାହିଁକି ଶିଥିଳତା ଫର୍ମୁଲା ଆପଣାଉଛି । କଣ ବୈଜୟନ୍ତ ଓ ଜାଗୀଙ୍କୁ ଡରୁଛନ୍ତି କି କ୍ରାଇମବ୍ରାଞ୍ଚ ଅଧିକାରୀ । ତଦନ୍ତ ପ୍ରକ୍ରିୟାକୁ ବିଳମ୍ବିତ କରି ବୈଜୟନ୍ତ-ଜାଗୀଙ୍କ ଭଳି ଅଭିଯୁକ୍ତଙ୍କୁ ଖସିଯିବାକୁ ସୁଯୋଗ ଦେଉନାହିଁ ତ କ୍ରାଇମବ୍ରାଞ୍ଚ?

ଏକଥା ଏଥିପାଇଁ ଉଠୁଛି, କାରଣ ହାଇକୋର୍ଟରୁ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ନିଜର ସୁରକ୍ଷା ପାଇଁ ଦିଲ୍ଲୀରେ ଡେରା ପକାଇଛନ୍ତି ବୈଜୟନ୍ତ-ଜାଗୀ । ଦିଲ୍ଲୀ ଦରବାରରୁ ପଲିଟିକାଲ ପ୍ରେସର ପକାଇ କାଳେ ପଣ୍ଡା ଦମ୍ପତି ଏହି ମାମଲାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ବୈଜୟନ୍ତଙ୍କୁ ସାଥ୍ ଦେଉଛନ୍ତି ଦିଲ୍ଲୀର କିଛି ପଲିଟିକାଲ ଫ୍ରେଣ୍ଡ । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ପଣ୍ଡା ଦମ୍ପତ୍ତିଙ୍କ ବଦଳରେ କେହି ସାଧାରଣ ଲୋକ ହୋଇଥାନ୍ତା ତେବେ କଣ ଚୁପ୍ ବସିଥାନ୍ତା କ୍ରାଇମବ୍ରାଞ୍ଚ ।

କେବଳ ସାରୁଅ ମାମଲାରେ ନୁହେଁ ଭୁବନେଶ୍ୱର ନାବାଳିକା ଦୁଷ୍କର୍ମ ମାମଲା ଓ ଭାଇରାଲ ଅଡ଼ିଓ, ଚନ୍ଦ୍ରାଣି ମୁର୍ମୁଙ୍କ ଭାଇରାଲ ଭିଡିଓ ମାମଲାରେ ମଧ୍ୟ ପଣ୍ଡା ପରିବାର ମାଲିକାନାରେ ଥିବା ଓଟିଭି ନାଁ ସାମ୍ନାକୁ ଆସଛି । କିନ୍ତୁ ଏହାକୁ ରାଜନୈତିକ ଆକ୍ରୋଶ ବୋଲି କହି ସିମ୍ପାଥି କାର୍ଡ ଖେଳିବାକୁ ଚାହୁଁଛନ୍ତି ପଣ୍ଡା ଦମ୍ପତି । ତେବେ ଏଭଳି ଅଭ୍ୟାସଗତ ଅପରାଧ କରି ଆସୁଥିବା ପଣ୍ଡା ଦମ୍ପତ୍ତିଙ୍କୁ ସାରୁଅ ମାମଲାରେ ନୋଟିସ ନକରି କ୍ରାଇମବ୍ରାଞ୍ଚ କାହିଁକି ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏଭଳି ସ୍ଥିତିରେ ସାରୁଅ ଜମିର ଗୁମର କେବେ ଫିଟିବ, ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାକୁ କେବେ ନ୍ୟାୟ ମିଳିବ? ଆଉ ଚଞ୍ଚକତା କରି ଦଳିତଙ୍କ ଜମି ହାତେଇଥିବା ବୈଜୟନ୍ତ ଓ ଜାଗୀ କେବେ ବନ୍ଧା ହେବେ ତାହା ଜାଣିବାକୁ ଚାହୁଁଛନ୍ତି ଓଡ଼ିଶାବାସୀ । ନା ତଦନ୍ତ ଆଳରେ ଏଭଳି ବୈଜୟନ୍ତ ଓ ଜାଗୀଙ୍କୁ ସୁରକ୍ଷା ଦେଇ ଚାଲୁଥିବ କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.

Leave A Reply

Your email address will not be published.