THE BYAPINI

ଲେଖାଶ୍ରୀ କଣ ଧର୍ମେନ୍ଦ୍ରଙ୍କ ମୁଖପାତ୍ର?

Get real time updates directly on you device, subscribe now.

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟରରେ ୧୩ ଲକ୍ଷରୁ ଅଧିକ ଅନୁଗାମୀ । ହଁ ଏତିକି ସଂଖ୍ୟାରେ ଭୋଟ ସେ କେବେ ପାଇବେ କି ନାହିଁ ତାକୁ ନେଇ ରାଜନୈତିକ ମହଲରେ ସବୁବେଳେ ବିତର୍କ ହୁଏ, ହେଲେ ନିଜ ସୋସିଆଲ ମିଡିଆରେ ପୋଷ୍ଟିଂ ପାଇଁ ସେ ସବୁବେଳେ ଅଗଭର ଥାନ୍ତି । ଦିଲ୍ଲୀରେ ଆଉ ଭୁବନେଶ୍ୱରରେ ତାଙ୍କର ଦୁଇଟି ସୋସିଆଲ ମିଡିଆ ଟିମ୍ କୁଆଡେ ଦିନରାତି କାମ କରିଥାନ୍ତି । କାହା ଜନ୍ମଦିନ ଠାରୁ ଆରମ୍ଭ କରି ଜୟନ୍ତୀ, ଭଲ କାମ ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସମସ୍ତ ତଥ୍ୟ ଟ୍ୱିଟରରେ ପୋଷ୍ଟ କରିଥାନ୍ତି । ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଉନଥିବା ନେତା କିନ୍ତୁ ନିଜ ଉପରକୁ ଆସିଥିବା ରାଜନୈତିକ ବାଣ ଦେଖି ଡରିଯାଇଥିବା ଚର୍ଚ୍ଚା ହେଉଛି ।

ବିଜୁ ଜନତା ଦଳ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହିଳା ସଶକ୍ତିକରଣ ଉପରେ କିଛି ପ୍ରଶ୍ନ ପଚାରିଥିଲେ । ବବି ଟ୍ୱିଟ କରି କହିଥିଲେ

ମୁଖ୍ୟମନ୍ତ୍ରୀ ଚାହାଁନ୍ତି ଆମର ମା ଓ ଭଉଣୀମାନେ ସଂସଦ ଓ ବିଧାନସଭାରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରନ୍ତୁ । ଆପଣ କଣ ଚାହାଁନ୍ତି ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହି କେବଳ ରୋଷେଇ କରନ୍ତୁ? ଆମ ମା ଓ ଭଉଣୀମାନେ ଆଜି ବି ଚମକ୍ରାର ରୋଷେଇ କରନ୍ତି । ସୁଯୋଗ ମିଳିଲେ ସେମାନେ ଦେଶ ମଧ୍ୟ ଚଳାଇପାରିବେ ।

ବବିଙ୍କ ଏହି ଟ୍ୱିଟ ଯଦିଓ ଅଦିନିଆ ମେଘ ଭଳି ଥିଲା ହେଲେ କେନ୍ଦ୍ରମନ୍ତ୍ରୀଙ୍କ ଅସଲ ଆଭିମୁଖ୍ୟକୁ ସାମ୍ନାକୁ ନେଇ ଅସିଥିଲା । ଯେତେବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଜାତୀୟ ଦଳଙ୍କ ମହିଳା ସଂରକ୍ଷଣ ବିଲ୍ ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରିଥିଲେ, ସେତେବେଳେ ଏହାର ସିଧାସଳଖ ଜବାବ ନଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହିଳା ମାନଙ୍କ ପାଇଁ ହୋଇଥିବା ମାଳ ମାଳ ଯୋଜନାର ତାଲିକା ଦେଇଥିଲେ । ଅତି ଚତୁରତାର ସହ କିନ୍ତୁ ମୁଳ ମୁଦ୍ଦାରୁ ନିଜକୁ ଦୂରେଇ ରଖିଥିଲେ । ଏପରିକି ସାହାସ ଜୁଟାଇ କହିପାରିନଥିଲେ, ମହିଳା ମାନଙ୍କୁ ସଂରକ୍ଷଣ ଦେବେ କି ନାହିଁ? ଅର୍ଥାତ୍ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରି ରଖିବେ କି ନାହିଁ? ଏହି ପ୍ରଶ୍ନ ଯେତେବେଳେ ପ୍ରଣବ ପ୍ରକାଶ ଦାସ ନିଜେ ପୁଣି ପଚାରିଲେ, ସେତେବେଳେ ବି ସାମ୍ନାକୁ ଅସିବାକୁ ଡରିଲେ କେନ୍ଦ୍ରମନ୍ତ୍ରୀ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ତରଫରୁ ଲେଖାଶ୍ରୀ ସାମନ୍ତସିଂହାର ସାମ୍ନାକୁ ଆସିଲେ । ସ୍ୱାଭାବିକ ଭାବେ ସେ କେନ୍ଦ୍ରମନ୍ତ୍ରୀଙ୍କ ବିନା ଅନୁମତିରେ ଏଭଳି ଟ୍ୱିଟ କରିନଥିବେ । ଲେଖାଶ୍ରୀ ଟ୍ୱିଟ କରି ଲେଖିଲେ

ମୁଖ୍ୟମନ୍ତ୍ରୀଙ୍କୁ ଚାରିକାନ୍ଥ ଭିତରେ ବାନ୍ଧୁ ଓଡିଶାର ମା ଭଉଣୀ ଶିଶୁଙ୍କୁ ବଳାକ୍ରାର, ହତ୍ୟା ଓ ତସ୍କରୀ ଭଳି ରାକେଟ ଚଳାଇଛନ୍ତି । ଆପଣଙ୍କ ଦଳର ମା, ଭଉଣୀଙ୍କୁ ସଂସଦ ଓ ବିଧାନସଭାରେ ବି ମୁହଁରେ ତୁଣ୍ଡି ବାନ୍ଧି ରଖିଛନ୍ତି । ବିଜେପି ଭଳି ମହିଳାଙ୍କୁ ଶାସନର କ୍ଷମତା କେନ୍ଦ୍ରରେ ରଖନ୍ତୁ ତାପରେ ମହିଳା ସଶକ୍ତିକରଣ କଥା କହିବେ ।

ବଡ କଥା ହେଉଛି, ଧର୍ମେନ୍ଦ୍ରଙ୍କୁ ପଚରାଯାଇଥିବାର ପ୍ରଶ୍ନରେ କାହିଁକି ଉତ୍ତର ରଖିଲେ ଲେଖାଶ୍ରୀ? ନିଜେ ସାମ୍ନାକୁ ଆସିବାକୁ କାହିଁକି ଡରିଲେ କେନ୍ଦ୍ରମନ୍ତ୍ରୀ? ଲେଖାଶ୍ରୀ କଣ ଧର୍ମେନ୍ଦ୍ରଙ୍କୁ ମୁଖପାତ୍ର? ନା ବବିଙ୍କୁ ଉତ୍ତର ଦେବାକୁ ସାହାସ ଜୁଟାଇ ପାରିଲେ ନାହିଁ କେନ୍ଦ୍ରମନ୍ତ୍ରୀ?

Get real time updates directly on you device, subscribe now.

Leave A Reply

Your email address will not be published.