THE BYAPINI

ସଂଖ୍ୟା ବଢିଲେ ଲକଡାଉନ ଫେରିପାରେ !

Get real time updates directly on you device, subscribe now.

ରାଜ୍ୟରେ କୋଭିଡ କଟକଣା ପୁଣି ଫେରିବ କି? ଦେଶରେ ୫ ରାଜ୍ୟରେ ସ୍ଥିତି ଚିନ୍ତା ବଢାଉଥିବା ବେଳେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ସ୍ଥିତି ବିଗିଡିବା ଆଗରୁ ସତର୍କ କରାଇ ଦେଇଛନ୍ତି । ଜିଲ୍ଲା ସ୍ତରରେ ଏନେଇ ଉଦ୍ୟମ ଆରମ୍ଭ ହୋଇଗଲାଣି । ପୁଲିସ ମଧ୍ୟ ନିୟମକୁ କଡାକାଡି ପାଳନ କରିବାକୁ ଘୋଷଣା କରିଛି । ଫଳରେ ରାଜ୍ୟରେ ଲକଡାଉନ ସ୍ଥିତି ଯଦିଓ ଫେରିବନି ହେଲେ କେସ୍ ସଂଖ୍ୟା ଯେମିତି ନବଢିବ, ସେଥିପାଇଁ ସତର୍କତା ମୁଳକ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ ରାଜ୍ୟରେ କୋଭିଡ୍‌ କେସ୍‌ ସଂଖ୍ୟା କମୁଛି। ଏବେ ଲଲ୍‌ ଡାଉନ୍‌ର ସମ୍ଭାବନା ନାହିଁ। ମାତ୍ର ସମ୍ଭାବନାକୁ ଏଡ଼ାଇ ହେବନି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ ଡାଉନକୁ ଏଡାଇ ହେବ। ଡିଏମଇଟି ଡାକ୍ତର ସିବିକେ ମହାନ୍ତିଙ୍କ ଏହି ପ୍ରତିକ୍ରିୟା ସମସ୍ତଙ୍କ ପାଇଁ ସତର୍କ ଘଂଟି । ଅର୍ଥାତ୍ ଲୋକେ ସଚେତନ ନେଲେ କେସ୍ ସଂଖ୍ୟା ବଢିଲେ ପୁଣି ଲକଡାଉନ ଏବଂ ସଟଡାଉନ ସ୍ଥିତି ସୃଷ୍ଟି ହୋଇପାରେ ।

ଦେଶରେ ଏବେ କରୋନା ସଂଖ୍ୟା ନିୟନ୍ତ୍ରଣ ବାହାରେ ଥିବା ଦୁଇଟି ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ଆମେରିକା ଓ ବ୍ରିଟେନ୍‌ ପରି ସଂକ୍ରମଣ ନାହିଁ। ସର୍ଭେଲାନ୍ସ ଟିମ୍‌ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି। କିଛି ବି ଲକ୍ଷଣ ଦେଖାଗଲେ ଲୁଚାଇବା ବଦଳରେ ଡାକ୍ତରଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ଥିବା କୁହାଯାଇଛି । ରାଜ୍ୟରେ ୩, ୩୬, ୫୭୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୯୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩, ୩୩, ୮୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି- ଲୋକଙ୍କୁ ସଚେତନ ଓ ସତର୍କ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ପଦକ୍ଷେପ ନିଆଯାଉଛି । ବଡ କଥା ହେଉଛି ରାଜ୍ୟଗୁଡିକ ଚାହିଁଲେ ମଧ୍ୟ ଏବେ ଲକଡାଉନ କରିପାରିବେ ନାହିଁ । ଏଥିପାଇଁ କେନ୍ଦ୍ରର ଅନୁମତି ଆବଶ୍ୟକ । ତେଣୁ ସଂଖ୍ୟା ବଢିବା ଆଗରୁ ସରକାର ସବୁ ସତର୍କତାମୁଳକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଏହା ଜରିଆରେ ସରକାର ସମସ୍ତଙ୍କୁ ସତର୍କ କରାଇ ଦେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.