THE BYAPINI

ଉପାସନାଙ୍କ ଯାଏଁ ପହଁଚିବ କି ପୋଲିସର ହାତ?

Get real time updates directly on you device, subscribe now.

ନୟାପଲ୍ଲୀରେ ଘରେ ପଶି ବ୍ୟାପକ ଭଙ୍ଗାରୁଜ୍ଜା ମାମଲାରେ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନାଁରେ ମାମଲା ରୁଜ୍ଜୁ ହେବାପରେ ଏବେ କମିଶନରେଟ ପୋଲିସ ଉପରେ ସମସ୍ତଙ୍କ ନଜର ରହିଛି । ଏହି ବିଜେପି ନେତ୍ରୀଙ୍କୁ ଗିରଫ କରିବାକୁ ପୋଲିସର ହାତ ଯିବକି ନାହିଁ, ତାହା ହେଉଛି ବଡ ପ୍ରଶଯନ । ପୁର୍ବରୁ ଏଫଆଇଆର ଅଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୃଢୋକ୍ତି ଦେଖାଉଥିବା କମିଶନରେଟ ପୋଲିସ ମାମଲାକୁ ୩୦ ଘଂଟାରୁ ଅଧ୍ଖଳ ସମୟ ବିତିଥିଲେ ମଧ୍ୟ ଘଟଣାର ଯିଏ ମୁଖ୍ୟ ବୋଲି କୁହାଯାଉଛି ତାଙ୍କ ନିକଟକୁ ପୋଲିସର ହାତ ଯାଇନାହିଁ । ଯାହା ଅନେକ ଦ୍ୱନ୍ଦ୍ୱ ତିଆରି କରୁଛି । ଅତୀତରେ ଅନେକ ଘଟଣାରେ ଏଫଆଇଆର ହେଉ ହେଉ ଲୋକଙ୍କୁ ବାନ୍ଧି ହାଜତରେ ଭର୍ତ୍ତି କରୁଥିବା ପୋଲିସ କେତେ ଶକ୍ତ ହୋଇ ଏହି ମାମଲାରେ କାର୍ଯ୍ୟ କରିବ ତାହା ଏହି ସଂସ୍ଥାର ନିରପେକ୍ଷତାକୁ ସମସ୍ତଙ୍କ ସାମ୍ନାକୁ ଆଣିବ ।

ଏହି ମାମଲାରେ ପୋଲିସର ଭାବମୁର୍ତ୍ତି ଉପରେ ମଧ୍ୟ ଅଂଚ ଆସିଛି । କାରଣ ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାରୁ ଆଉ ଜଣେ ହାବିଲଦାର ଏଥିରେ ଗିରଫ ହୋଇଛନ୍ତି । ତେଣୁ ଉପାସନାଙ୍କ ଉପସ୍ଥିତିରେ ପୁରା ଘଟଣା ଘଟିଛି କି ନାହିଁ, ତାକୁ ଜାଣିବା ପୋଲିସ ପାଇଁ କିଛି କଷ୍ଟକର ବ୍ୟାପାର ନୁହେଁ । ସେହିଭଳି ନିକଟରେ ଥିବା ସିସିଟିଭି ଫୁଟେଜ ହେଉ ଅବା ଅଭିଯୁକ୍ତ ନେଇଯାଇଥିବା ହାର୍ଡଡିସ୍କକୁ ସିଜ୍ କରି ତାରି ତଥ୍ୟ ଆଧାରରେ ଏହା ଜାଣିବା ପୋଲିସ ପାଇଁ ଖୁବ ସହଜ । ହେଲେ ପୋଲିସ କାହିଁକି ଉପାସନାଙ୍କ କ୍ଷେତ୍ରରେ ଚୁପ୍ ହୋଇ ରହିଛି, ତାହା ଅନେକ ପ୍ରଶ୍ନ ଉଠାଇଛି । ଉପାସନାଙ୍କୁ କେହି ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦେଉଛନ୍ତି କି? ତାଙ୍କୁ ଗିରଫ ନକରିବାକୁ ଉପରୁ ଚାପ ପଡୁଛି କି? ଏମିତି ଅନେକ କଥା ଏବେ ଚର୍ଚ୍ଚାର ପରିଧି ଭିତରକୁ ଆସିଛି ।

୨୦୧୯ରେ ବ୍ରହ୍ମଗିରିରୁ ପରାସ୍ତ ହୋଇଥିବା ସଂଜୟ ଦାସବର୍ମା ଏହି ମାମଲାରେ ଯଥେଷ୍ଟ ଆଗ୍ରହ ଦେଖାଉଥିଲେ ମଧ୍ୟ ତାଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସମର୍ଥନ ମିଳୁନଥିବା କୁହାଯାଉଛି । ଉପାସନାଙ୍କୁ ଗିରଫ କରିବାକୁ ସେ ଯଥାସମ୍ଭବ ଚାପ ପକାଇ ଚାଲିଥିବା ବେଳେ ମାମଲାରେ ପୋଲିସର ନିଷ୍କ୍ରିୟତା ସ୍ପଷ୍ଟ ଭାବେ ବାରି ହୋଇପଡୁଛି । ତେଣୁ କେଉଁଠି ନା କେଉଁଠି ପୋଲିସ ଏହି ମାମଲାରେ ଉପାସନାଙ୍କୁ ଗିରଫ କରିବା ଆଗରୁ ବହୁତ କଥା ଚିନ୍ତା କରିବ ବୋଲି ଶୁଣିବାକୁ ମିଳୁଛି । ତେବେ କାହିଁକି ଉପାସନାଙ୍କ ପାଇଁ ଏଭଳି ଟାଳଟୁଳ ନୀତି ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବା ବେଳେ ଏକ ଅଦୃଶ୍ୟ ଚାପ ଏହା ପଛରେ କାମ କରୁଥିବା ଅନୁମାନ କରାଯାଉଛି । ପୋଲିସ ଖୁବଶୀଘ୍ର ସ୍ପଷ୍ଟ କରିବା ଦରକାର, ଏହି ପୁରା ମାମଲା ପଛର ଅସଲ କାରଣ କଣ ଏବଂ ଏଥିରେ ଉପାସନାଙ୍କର ହାତ ଅଛି କି ନାହିଁ ।

ୱି କେୟାର ୱି ଡେୟାର ନାରା ଦେଇ ଲୋକଙ୍କ ମନରେ ବିଶ୍ୱାସ ତିଆରି କରିବାକୁ ଚେଷ୍ଟା କରୁଥିବା କମିଶନରେଟ ପୋଲିସ ପାଇଁ ଏହି ମାମଲା ଅଗ୍ନିପରୀକ୍ଷା ସଦୃଶ । କାରଣ ଯେଉଁ ଦୁଇଟି ଶଦ୍ଦକୁ ବ୍ୟବହାର କରି ନାରା ତିଆରି କରାଯାଇଛି, ଏହି ମାମଲାରେ ହେବ ତାର ଅସଲ ପରୀକ୍ଷା । କେୟାର ଅର୍ଥାତ୍ ଯତ୍ନ ନେବା । କମିଶନରେଟ ପୋଲିସ ଅଧୀନରେ ଆସୁଥିବା ଜନ ସାଧାରଣଙ୍କ ସୁରକ୍ଷା ଆଉ ସେମାନଙ୍କ ଯତ୍ନ ନେବାରେ ଏହି ସଂସ୍ଥା ସଫଳ ହେଉଛି କି ବିଫଳ ତାହା ଜଣାପଡିବ । କାରଣ ଜଣଙ୍କ ଘରେ ପଶି ଭଙ୍ଗାରୁଜ୍ଜା କରି ଆତଙ୍କ ଖେଳାଇବା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଠିଆ କରିଛି । ସେହିଭଳି ଡେୟାର ଅର୍ଥାତ୍ ସାହାସ ଦେଖାଇବା । ମାମଲାରେ ସଠିକ ତଦନ୍ତ କରି ଉପାସନା ମହାପାତ୍ରଙ୍କୁ ସାହାସ ଦେଖାଇ ପୋଲିସ ଗିରଫ କରିପାରୁଛି କି ନାହିଁ, ତାହା ବି ଏଥିରୁ ଜଣାପଡିବ । ତେଣୂ କମିଶନରେଟ ପୋଲିସର ନାରା କେତେ ସଫଳ ହେଉଛି ତାକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.