THE BYAPINI

ସନ୍ଧ୍ୟା ଯାଏଁ ରହିବ ପବନର ବିପଦ

Get real time updates directly on you device, subscribe now.

ସକାଳ ୯ଟାରୁ ଆରମ୍ଭ ହୋଇସାରିଛି ବାତ୍ୟା ‘ୟାସ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ପାଖରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା। ଲ୍ୟାଣ୍ଡଫଲ୍ ସରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିବ । ପବନର ବେଗ ୧୩୦ରୁ ୧୪୦ କିମି ରହିଛି। ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବାତ୍ୟା ଲ୍ୟାଣ୍ଡଫଲ୍ କଲା ପରେ ମଧ୍ୟ ସନ୍ଧ୍ୟା ଯାଏଁ ପବନର ବିପଦ ରହିବ । ଅର୍ଥାତ ଆଜି ସନ୍ଧ୍ୟା ଯାଏଁ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି ।

ବାଲେଶ୍ୱର ଜିଲ୍ଲା ପାର୍ ହେବାକୁ ୫ରୁ ୬ ଘଣ୍ଟା ସମୟ ଲାଗିବ ଏବଂ ବାଲେଶ୍ୱର ପରେ ମୟୁରଭଂଜ ଯିବ, ସେଠି ୧୦୦ କିମି ପବନ ହେବ ବୋଲି କହିଲେ ଏସଆରସି। ମୟୂରଭଞ୍ଜରୁ ବାତ୍ୟା ୟାସ କ୍ରମଶଃ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାରଖଣ୍ଡକୁ ଚାଲିଯିବ। ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି। ବେବେଳେ ଏହା ୧୫୦ କିମି ମଧ୍ୟ ଛୁଇଁବାରେ ଲାଗିଛି। ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି।
ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ପବନ କମି କମି ଚାଲିଛି। ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.