THE BYAPINI

ମନ୍ତ୍ରୀଙ୍କ ପାଦତଳେ ପଡିଗଲେ ମହିଳା

Get real time updates directly on you device, subscribe now.

ମନ୍ତ୍ରୀଙ୍କ ଗୋଡ଼ ତଳେ ପଡିଗଲେ ମହିଳା। ଆଜ୍ଞା ହଁ ଆର୍ନ୍ତଜାତିକ ମହିଳା ଦିବସରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପରିହନ ମନ୍ତ୍ରୀ ପଦ୍ମନାଭ ବେହେରା ବିନିକା ଗସ୍ତ ବେଳେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ପରିବହ ମନ୍ତ୍ରୀଙ୍କ ଗୋଡ ତଳେ ପଡିଯାଇଥିଲେ ମହିଳା ।

ଖବର ଅନୁସାରେ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୁବର୍ଣ୍ଣପୁର ବିନିକା ସହରର ଦୈନିକ ବଜାରରେ ମହିଳା ମିଶନ ଶକ୍ତିର ଗୃହର ଉଦ‌୍‍ଘାଟନ କରିବା ପାଇଁ ଆସିଥିଲେ । ଏହି ସମୟରେ ଏକାଠି ହୋଇଥିଲେ ଅନେକ ମହିଳା । ବର୍ଷେ ହେବ ପରିବହନ ମନ୍ତ୍ରୀ ଏଇ ମହିଳା ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ୟ୍ୟାଦେଶ ବଂଟନ କରିଥିଲେ। ହେଲେ ଗୋଟିଏ ବର୍ଷ ବିତି ଯାଇଥିଲେ ବି ଏମାନେ ଆବାସ ଯୋଜନାରେ ଘର ତିଆରି କରି ପାରିନାହାନ୍ତି। ଏହାକୁ ନେଇ ମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିବା ମହିଳା ମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ କରିଥିଲେ।ା ପରେ ହିତାଧିକାରୀଙ୍କୁ ମନ୍ତ୍ରୀ ଦେଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ୟ୍ୟାଦେଶ ଏବଂ ଏନଏସି ଦେଇଥିବା ପଟ୍ଟା ବି ଫେରାଇ ଦେଇଛନ୍ତି। କାର୍ୟ୍ୟାଦେଶ ଫେରାଇବା ସହ ମହିଳାମାନେ ମନ୍ତ୍ରୀଙ୍କ ଗୋଡ଼ ତଳେ ପଡ଼ିଯାଇଥିଲେ।
ମନ୍ତ୍ରୀଙ୍କ ପାଦତଳେ ହିତାଧିକାରୀମାନେ ମୁଣ୍ଡିଆ ମାରିଥିଲେ। ଅଭିମାନ କରି କହିଥିଲେ ତୁମେ କାର୍ୟ୍ୟାଦେଶ ଦେଇଥିଲ ତୁମେ ନେଇ ଯାଅ। ହେଲେ ମନ୍ତ୍ରୀ ସେମାନଙ୍କ ଅଭିଯୋଗକୁ ଅଣଦେଖା କରି ଏଡ଼ାଇ ଦେଇ ଚାଲି ଯାଇଥିଲେ। ଗତ ବର୍ଷକ ତଳେ ସ୍ଥାନୀୟ ଟାଉନ୍ ହଲ୍‌ରେ ଖୋଦ୍ ମନ୍ତ୍ରୀ ପଦ୍ମନାଭ ବେହେରା ମହିଳାଙ୍କୁ କାର୍ୟ୍ୟାଦେଶ ବାଣ୍ଟିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.