THE BYAPINI

ଲିଫ୍ଟ ବାହାନାରେ ଗଣଦୁଷ୍କର୍ମ

Get real time updates directly on you device, subscribe now.

କେନ୍ଦୁଝରରେ ଲଜ୍ୟା । ଘରୁ ରାଗିକି ପଳାଇଆସିଥିବା ମହିଳାଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ । କେନ୍ଦୁଝର ଜିଲ୍ଲା ବଡବିଲ ଭଦ୍ରାସାହି ଗାଁରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହିତ ପୀଡିତାଙ୍କ ଡାକ୍ତରୀ ମାଇନା କରି ତଦନ୍ତ ଆରମ୍ଭ କରାଯାଇଛି ।

ସୂଚନା ଅନୁସାରେ , ମଧ୍ୟପ୍ରଦେଶରୁ ଆସିଥିବା ଜଣେ ଡ୍ରାଇଭର ଭଦ୍ରାସାହିରେ ଭଡ଼ା ଘର ନେଇ ପରିବାର ସହ ରହୁଥିଲେ । ଗତ ୧୩ ତାରିଖ ସଂଧ୍ୟାରେ ପାରିବାରିକ କଳହ ଯୋଗୁଁ ଘରୁ ରାଗି ପଳାଇଥିଲେ ସ୍ତ୍ରୀ । ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଟ୍ରକରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଟ୍ରକର ଦୁଇ ଜଣ ଡ୍ରାଇଭର କହିଥିଲେ। କିନ୍ତୁ ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ୩ଦିନ ତାଙ୍କୁ ଘରେ ଜୋରଜବରଦସ୍ତ ରଖି ଶାରିରୀକ ନିର୍ୟାତନା ଦେବା ଓ ଦୁଷ୍କର୍ମ କରିିବା ଅଭିଯୋଗ ଆସିଛିି ।

ତେବେ ମହିଳା ଜଣକ କୌଶଳକ୍ରମେ ସେଠାରୁ ଖସି ଆସି ନିଜ ସ୍ୱାମୀଙ୍କ ସହ ବଡବିଲ ଥାନାରେ ଏନେଇ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ଟ୍ରକଟିକୁ ଜବତ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.