THE BYAPINI

ରାସ୍ତାକଡ଼ରେ ମହିଳାଙ୍କ ମୃତଦେହ,ପାଖରେ ୪ ବର୍ଷର ଶିଶୁ

Get real time updates directly on you device, subscribe now.

କେନ୍ଦ୍ରାପଡା: ରାସ୍ତାକଡ଼ରେ ପଡିଛି ମହିଳାଙ୍କ ମୃତଦେହ । ଆଉ ମୃତଦେହ ନିକଟରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଛି ୩ ବର୍ଷର ଶିଶୁ । ମହିଳାଙ୍କ ତଂଟି କାଟି କେହି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିବା ବେଳେ ଶିଶୁଟି କିନ୍ତୁ ବର୍ତିଯାଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତାରେ ।

ଆଜି ସକାଳୁ ମହାକାଳପଡ଼ା କଣ୍ଡରାପାଟିଆ ଜମ୍ବୁ ମୁଖ୍ୟ ରାସ୍ତା ଦେଇ ଯାଉଥିବା ଲୋକମାନେ ମହିଳାଙ୍କ ମୃତଦେହ ପଡିଥିବା ଦେଖିଥିଲେ । ଏବଂ ପାଖରେ ରକ୍ତଜୁଡୁବୁଡୁ ଅବସ୍ଥାରେ ୪ ବର୍ଷର ଶିଶୁଟି ପଡିରହିଥିଲା । ସ୍ଥାନୀୟ ଲୋକ ଦେଖିବା ପରେ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ । ଏବଂ ପୁଲିସକୁ ଏନେଇ ଖବର ଦେଇଥିଲେ । କେହି ଦୁର୍ବୃତ ମହିଳାଙ୍କ ଗଳା କାଟି ଏହି ଫୋପାଡିଦେଇଥିବା ବେଳେ ଶିଶୁଟିକୁ ମଧ୍ୟ ରକ୍ତଜୁଡୁବୁଡ ଅବସ୍ଥାରେ ଫୋପାଡିଦେଇ ଫେରାର ହୋଇାଯାଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଶିଶୁଟିର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ପୁଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମହିଳା ଜଣକ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ସେ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.