THE BYAPINI

ଆଜି ଶପଥ ନେବେ ଯୋଗୀ

Get real time updates directly on you device, subscribe now.

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଉତ୍ତରପ୍ରଦେଶରେ ୩୫ ବର୍ଷରେ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ଯୋଗୀ ଆଦିତ୍ୟ ନାଥ । 

ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ ବିଜେପି ନେତା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ଶପଥ ଗ୍ରହଣ ଉତ୍ସବରେ ‌ଯୋଗ ଦେବେ । ଏଥିସହ ୬୦ ଶୀର୍ଷ ଶିଳ୍ପପତିଙ୍କୁ ଶପଥ ଗ୍ରହଣ ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି ।

ଯୋଗୀ ବ୍ୟକ୍ତିଗତ ଭାବେ ଅଯୋଧ୍ୟା, ମଥୁରା ଏବଂ ବାରଣାସୀର ୫୦ ସାଧୁଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌ର ବରିଷ୍ଠ ସଦସ୍ୟ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରିତ ହୋଇଛନ୍ତି । ବିଜେପି ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାପାଇଁ ‘କାଶ୍ମୀର ଫାଇଲ୍ସ’ ଟିମ୍‌କୁ ନିମନ୍ତ୍ରିତ କରିଛି ।

ଚଳିତ ବିଧାନସଭା ନିର୍ବାଚନରେ ୪୦୩ ଆସନ ମଧ୍ୟରୁ ବିଜେପି ୨୭୩ ଆସନରେ ବିଜୟ ଲାଭ କରିଥିଲା । ବିଜେପି ୨୭୩ ଆସନ ଜିତିଥିବାବେଳେ ବିରୋଧୀ ସମାଜବାଦୀ ପାର୍ଟି ୧୨୫ ଆସନରେ ବିଜୟ ଲାଭ କରିଛି ।

Get real time updates directly on you device, subscribe now.

Leave A Reply

Your email address will not be published.