THE BYAPINI

ରାଜଧାନୀରେ ହତ୍ୟା

Get real time updates directly on you device, subscribe now.

ରାଜଧାନୀରେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା । ଭୁବନେଶ୍ୱରର ଡୁମୁଡୁମାରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି କିଛି ଅସାମାଜିକ ଯୁବକ । ମୃତ ଯୁବକ ହେଳେ ସନାତନ ରାଉତରାୟ । ଡୁମୁଡୁମା ଅଂଚଳରେ ମୋବାଇଲ ଦୋକନ କରିଥିଲେ ସନାତନ ।

ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାରେ ୬ ଜଣକୁ ଗିରଫ କରିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଖଣ୍ଡଗିର ପୋଲିସ ଘଟଣାର ତଦନ୍ତ କରୁଛି । କାହିଁକି ଓ କେଉଁ କାରଣରୁ ଯୁବକ ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା କଲେ ତାହାର କାରଣ ଖୋଜୁଛି ପୋଲିସ ।

Get real time updates directly on you device, subscribe now.

Leave A Reply

Your email address will not be published.