THE BYAPINI

ଭଦ୍ରକ: ମଙ୍ଗନ ପୂର୍ବରୁ ମଶାଣୀ

Get real time updates directly on you device, subscribe now.

୩ ଦିନ ପରେ ଥିଲା ବାହାଘର । ବର ହୋଇ ବାହାହେବାକୁ ଯାଇଥାନ୍ତେ । ବର ବେଶରେ ସଜ ହୋଇ ବାହାହେବାକୁ ଯାଇଥାନ୍ତେ । ହେଲେ ସବାରୀ ବଦଳରେ ଘରୁ ଉଠିଲା ଶବ। ନୂଆ ଜୀବନ ଆରମ୍ଭ ହେବା ପୂର୍ବରୁ ସରିଗଲା ସବୁକିଛି । ବାହାଘର ପୂର୍ବରୁ କରୋନାରେ ଚାଲିଗଲା ବରର ଜୀବନ । ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଂଚଳର ନାଥ ସାହିରେ ।

ବର ବେଶ ସାଜି ବିବାହ ବେଦୀରେ ବସିଥାନ୍ତେ। ହେଲେ ମଙ୍ଗନ ପୂର୍ବରୁ ମଶାଣୀକୁ ଗଲେ ବର । କରୋନା ଛଡେଇନେଲା ମା ଠାରୁ ପୁଅକୁ। ହେଲେ ବିଧିର ବିଧାନ ଥିଲା ଆଉ କିଛି। ହୋମ ନିଆଁ ବଦଳରେ ଜଳିଲା ଜୁଇ ନିଆଁ। ଯେଉଁଠି ବନ୍ଧୁବାନ୍ଧବଙ୍କ କୋଳାହଳରେ ଘର ଉଠୁଥିଲା ପଡ଼ୁଥିଲା ଏବେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ଭଦ୍ରକ ଅସୁରାଳୀନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷର ପୁଅ ଚନ୍ଦ୍ରମଣିଙ୍କର ଗତ ଜୁନ ୧୧ ତାରିଖରେ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରିଥିଲା। କିନ୍ତୁ ହଠାତ ଜର ହେବାରୁ କରୋନା ଟେଷ୍ଟ କରାଯିବା ପରେ ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ବାହାଘରକୁ ୧୮ ତାରିଖ ଅର୍ଥାତ ଆଜି ପାଇଁ ସ୍ଥିର ହୋଇଥିଲା । ଲୁଗାପଟା କିଣା ସରିଥିଲା, ନିମନ୍ତ୍ରଣ ପତ୍ର ବଂଚା ବି ସରିଥିଲା । କିନ୍ତୁ ହଠାତ୍ ଚନ୍ଦ୍ରମଣି ନିଶ୍ୱାସ ନେବାର କଷ୍ଟ ଅନୁଭବ କରିଥିଲେ । ଅକ୍ସିଜେନ ସ୍ତର କମିଯାଇଥିଲା । ମେଡିକାଲ ନେବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

ଚନ୍ଦ୍ରମଣିଙ୍କର ମୃତ୍ୟୁ ପରେ ଏବେ କାନ୍ଦବୋବାଳିରେ ଫାଟି ପଡୁଛି ଘର । ପୁରା ଗାଁରେ ଶୋକାକୂଳ ପରିବେଶ । ନୂଆ ଜୀବନ ଆରମ୍ଭ ହେବା ପୂର୍ବରୁ ସବୁ କିଛି ସରିଗଲା । ଏବେ ପୁଅକୁ ହରାଇ ମା ଆଖିରୁ ଲୁହ ଶୁଖୁନି । ଚନ୍ଦ୍ରମଣିଙ୍କର ମୃତ୍ୟୁ ପରେ ଗାଁ ଲୋକେ ବି ଶବ କାନେ୍ଧଇବାକୁ ଆସିନଥିଲେ । ଶେଷରେ ସରପଂଚ, ପ୍ରଶାସନିକ ଓ ମେଡିକାଲ କର୍ମଚାରୀ ଅନ୍ତିମ ସଂସ୍କାର କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.